ଇସାକଙ୍କ ପ୍ରଶଂସାରେ ମୋଦି ଶତମୁଖ

ବାସି ପଖାଳ ଭିଡିଓ କରି ୟୁଟୁବରୁ ବିପୁଳ ଟଙ୍କା ଆଦାୟ କରୁଛନ୍ତି ଇସାକ୍

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଉପାନ୍ତ ଯୁୁଯୁମୁରା ବ୍ଲକ ଝାଙ୍କରପାଲି ଗାଁର ଆଦିବାସୀ ଯୁବକ ଇସାକ ମୁଣ୍ଡା ୟୁଟୁବରେ ଏବେ ପରିଚିତ ନାଁ ଟିଏ । ଏହି ଗରିବ ଯୁବକଙ୍କ ଭାଗ୍ୟ ବଦଳାଇ ଦେଇଛି ୟୁଟୁବ୍ । ଗରିବଙ୍କ ଏକମାତ୍ର ସାହାରା ବାସି ପଖାଳର ଭିଡିଓକୁ ୟୁଟୁବରେ ଅପଲୋଡ କରି ସେ ଏବେ ଲଖ୍ୟ ଲଖ୍ୟ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ଫଲୋଅର୍ ସଂଖ୍ୟା ବି ଏବେ ଲଖ୍ୟ ଲଖ୍ୟ ପାର କରିସାରିଛି । ଆଜି ତାଙ୍କୁ ମନ୍ କି ବାତ୍ ରେ ମୋଦି ବେଶ୍ ପ୍ରଶଂସା କରିଛନ୍ତି ।

ଲକଡାଉନ୍ ବେଳେ ବେକାର ହୋଇ ଚିନ୍ତାରେ ପଡି ଯାଇଥିଲେ ଇସାକ୍ । ଘର ଚଳାଇବା କଷ୍ଟକର ହୋଇପଡିଥିଲା । ହେଲେ ଏବେ ୟୁଟ୍ୟୁବର୍ ରୁ ଏବେ ଲକ୍ଷାଧିକ ଟଙ୍କାର ମାଲିକ ହୋଇଛନ୍ତି ଓଡ଼ିଶାର ଜଣେ ଯୁବକ । ଦି ଓଳି ପେଟକୁ ଦିମୁଠା ଦାନା ଯୋଗାଡିବା କାଠିକର ହୋଇଯାଇଥିଲା । ହେଲେ ୟୁଟୁବ୍ ତାଙ୍କୁ ସ୍ବାବଲମ୍ବୀ କରି ଦେଇଛି ।

ଇଶାକ ସମ୍ପ୍ରତି ୟୁଟ୍ୟୁବରେ ଭିଡିଓ କରି ଘରେ ଘରେ ବେଶ ପରିଚିତ । ଭିଡିଓରେ ସେ ନିତିଦିନ ଅତିବାହିତ କରୁଥିବା ତାଙ୍କ ଜୀବନ ଶୈଳୀକୁ ଲୋକଙ୍କ ନିକଟକରେ ପହଞ୍ଚାଉଛନ୍ତି । ବିଶେଷ କରି ଏକ ଆଦିବାସୀ ପରିବାରର ଚଳଣୀକୁ ସେ ଲୋକଙ୍କ ଆଗରେ ଥୋଉଛନ୍ତି । ଏଥିପାଇଁ ଖାଇବା ଶୋଇବା ଠାରୁ ଆରମ୍ଭ କରି ପରିବାର ଲୋକଙ୍କ ସହ କାଟୁଥିବା ସମୟକୁ ସେ ନିଜ ଭିଡିଓରେ ସେଆର କରନ୍ତି । ମାତ୍ର ସପ୍ତମ ପାଠ ପଢିଥିବା ଇସାକ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଏବେ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଶଂସିତ ହୋଇଛନ୍ତି ।

୨୦୨୦ ମାର୍ଚ୍ଚ ୨୬ରେ ଇଶାକ କଣ ଖାଏ ଏବଂ କିଭଳି ଖାଏ ତାହାର ଏକ ଭିଡିଓ କରି ନିଜ ଚ୍ୟାନେଲରେ ପୋଷ୍ଟ କରିଥିଲେ । ବର୍ତ୍ତମାନ ତାଙ୍କର ୟୁଟ୍ୟବ ପେଜକୁ ୭ ଲକ୍ଷ ୭୬ ହଜାର ଲୋକ ସବସ୍କଇବ କରିସାରିଲେଣି । ଇଶାକ ତାଙ୍କର ପ୍ରଥମ ପୋଷ୍ଟଟିର ନାମ ସେ ରାଇସ ଆଣ୍ଡ ଇଣ୍ଡିଆନ ସମ୍ବର ଫାଷ୍ଟ ଇଟିଙ୍ଗ ନାମରେ ଅପଲୋଡ କରିଥିଲେ । ତାଙ୍କର ଏହି ପ୍ରଥମ ଭିଡିଓଟିକୁ ପ୍ରାୟ ୭ ଲକ୍ଷ ୭୪ ହଜାର ଲୋକ ଦେଖି ସାରିଲେଣି । ଏହାରି ମଧ୍ୟରେ ସେ ତାଙ୍କ ଚ୍ୟାନେଲରେ ୩୦୦ରୁ ଅଧିକ ଭିଡିଓ ମଧ୍ୟ ଅପଲୋଡ କରିଥିବା ଦେଖିବାକୁ ମିଳିଛି ।

ଆଜି ମୋଦି ମନ୍ କି ବାତ୍ ରେ ଇସାକଙ୍କ ଉଦାହରଣ ଦେଇ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

Comments are closed.