ରାଜ୍ୟରେ ଆଉ ୬୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଯୋଗୁଁ ଆଉ ୬୯ ଜଣଙ୍କ ଜୀବନ ଯାଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୭୦୩କୁ ବୃଦ୍ଧି ପାଇଛି । ସଂଗୃହୀତ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ୧୪, ସୁନ୍ଦରଗଡରେ ୧୦, ଅନୁଗୁଳରେ ୯, ଢେଙ୍କାନାଳରେ ୮ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଝାରସୁଗୁଡାରୁ ୫, ବରଗଡରୁ ୪, ପୁରୀରୁ ୪, ସମ୍ବଲପୁରରୁ ୪, କନ୍ଧମାଳରୁ ୩, ବଲାଙ୍ଗିରରୁ ୨ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଭଦ୍ରକ, କଟକ, ଜଗତସିଂହପୁର, ମାଲକାନଗିରି, ନୟାଗଡ, ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Comments are closed.