ମେଡ଼ିକାଲ ଶିକ୍ଷାରେ ଓବିସି ଛାତ୍ରଛାତ୍ରୀଙ୍କୁ ୨୭% ଓ ଆର୍ଥିକ ଅନଗ୍ରସର ବର୍ଗ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ: ଦେଶର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସର୍ବଭାରତୀୟ କୋଟା (ଏଆଇକ୍ୟୁ) ଅଧୀନରେ ୨୦୨୧-୨୨ ଶିକ୍ଷାବର୍ଷରୁ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ / ଡେଣ୍ଟାଲ୍ ପାଠ୍ୟକ୍ରମ (ଏମବିବିଏସ୍ / ଏମଡି / ଏମ୍ଏସ୍ / ଡିପ୍ଲୋମା / ବିଡିଏସ୍ / ଏମଡିଏସ୍) ପାଇଁ ଓବିସି ଏବଂ ଆର୍ଥିକ ଅନଗ୍ରସର ପ୍ରାର୍ଥୀଙ୍କୁ ସଂରକ୍ଷଣ ପ୍ରଦାନ କରାଯିବ। ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଅନୁଯାୟୀ, ମେଡିକାଲ କଲେଜରେ ଓବିସି ପ୍ରାର୍ଥୀମାନେ ୨୭ ପ୍ରତିଶତ ଏବଂ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ମାନେ ୧୦ ପ୍ରତିଶତ ସଂରକ୍ଷଣ ପାଇବେ। ଏହା ଦ୍ୱାରା ଏହି ଦୁଇ ବର୍ଗର ପ୍ରାୟ ୫୫୫୦ ଛାତ୍ରଛାତ୍ରୀ ଉପକୃତ ହେବେ ।

ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଟ୍ୱିଟ୍ କରି କହିଛନ୍ତି ଯେ ଦେଶରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଅଲ୍ ଇଣ୍ଡିଆ କୋଟା ଅଧୀନରେ ସ୍ନାତକ / ସ୍ନାତକୋତ୍ତର ଡାକ୍ତରୀ ଏବଂ ଡେଣ୍ଟାଲ୍ ଶିକ୍ଷା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀ ମାନଙ୍କୁ ୨୭% ସଂରକ୍ଷଣ ଏବଂ ଦୁର୍ବଳ ଆୟ ଗୋଷ୍ଠୀ (ଇଡବ୍ଲ୍ୟୁଏସ୍) ଛାତ୍ରଛାତ୍ରୀଙ୍କ ପାଇଁ ୧୦% ସଂରକ୍ଷଣ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଦ୍ବାରା ମେଡିକାଲ ଏବଂ ଡେଣ୍ଟାଲ୍ ପାଠ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଆଡମିଶନ ପାଇଁ ଓବିସି ଏବଂ ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) ରୁ ଆସୁଥିବା ୫୫୫୦ ଛାତ୍ର ଉପକୃତ ହେବେ | ଦେଶର ପଛୁଆ ତଥା ଦୁର୍ବଳ ଆୟ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି । ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଆମ ସରକାର ଚଳିତ ଶିକ୍ଷାବର୍ଷରେ ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ମେଡିକାଲ / ଦନ୍ତ ପାଠ୍ୟକ୍ରମରେ ଅଲ ଇଣ୍ଡିଆ କୋଟା (ଏଆଇକ୍ୟୁ) ଅଧୀନରେ ଓବିସି ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗକୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହା ଆମର ହଜାର ହଜାର ଯୁବକଙ୍କୁ ପ୍ରତିବର୍ଷ ଉନ୍ନତ ସୁଯୋଗ ପାଇବାରେ ସହାୟକ ହେବ ଏବଂ ଦେଶରେ ସାମାଜିକ ନ୍ୟାୟର ଏକ ନୂଆ ମଡେଲ୍ ସୃଷ୍ଟି କରିବ |

Comments are closed.