ଅଗଷ୍ଟ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି : ମଲ୍‌, ପାର୍କ ଖୋଲିବ, ୫୦ ପ୍ରତିଶତ କ୍ଷମତାରେ ଖୋଲିବ ସିନେମା ହଲ୍

ଭୁବନେଶ୍ୱର- ଅଗଷ୍ଟ ମାସ ପାଇଁ କୋରୋନା ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏସଆରସି ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କରେ ଘୋଷଣା କରିଛନ୍ତି । ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଭୁବନେଶ୍ୱର, କଟକ ଓ ପୁରୀ ସହରରେ କେବଳ ସପ୍ତାହାନ୍ତ ସଟଡାଉନ୍ ବଜାୟ ରହିବ । ମଲ୍‌, ପାର୍କ, ସମୁଦ୍ର କୂଳ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁଆଡେ ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନବଜାର ଖୋଲିବ । ଧର୍ମାନୁଷ୍ଠାନ ବନ୍ଦ ରହିବ । ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିଛି । ଧାର୍ମିକ, ରାଜନୈତିକ ଓ ସାମାଜିକ ସମାବେଶ ଉପରେ ପୂର୍ବପରି କଟକଣା ଜାରି ରହିଛି । ରେଷ୍ଟୁରାଂଟ୍‌, ବାର୍ ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିପାରିବ । ହଲ୍‌, ମଲ ଯାଉଥିବା ପ୍ରାପ୍ତବୟସ୍କଙ୍କ ପାଇଁ ଦୁଇ ଡୋଜ୍ ଟିକା ସାର୍ଟିଫିକେଟ୍ ଜରୁରୀ ।

Comments are closed.