ଅଗଷ୍ଟ ଗାଇଡଲାଇନ୍ : ଜିଲ୍ଲାରେ ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଆହାର କେନ୍ଦ୍ର ଖୋଲା ରହିବ

ଭୁବନେଶ୍ୱର – ଅଗଷ୍ଟ ମାସ କୋଭିଡ ଗାଇଡଲାଇନ ଅନୁସାରେ ରାଜ୍ୟର ସବୁ ଆହାର କେନ୍ଦ୍ର ଖୋଲିବ । କୋଭିଡ କଟକଣା ସହ ଖୋଲିବ ସବୁ ଆହାର କେନ୍ଦ୍ର । ଆହାର କେନ୍ଦ୍ରରେ ବସି ଲୋକେ ଖାଇପାରିବେ । ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପୂର୍ବଭଳି କଟକଣା ଜାରି ରହିବ । ଅଟୋ ଓ ଟ୍ୟାକ୍ସି ପୂର୍ଣ୍ଣ କ୍ଷମତାରେ ଯାତ୍ରୀ ପରିବହନ କରିପାରିବେ । ପୂର୍ଣ୍ଣ କ୍ଷମତାରେ ରାଜ୍ୟ ଭିତରେ ଚାଲିପାରିବ ବସ୍ । ଜିଲ୍ଲାରେ ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳମାନଙ୍କ ଉପରେ ଛାଡିଦିଆଯାଇଛି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯାଇପାରେ । କିନ୍ତୁ ମନ୍ଦିର ଖୋଲିବା ଆଗରୁ କମିଟି ସହ ଆଲୋଚନା ହେବ । ମନ୍ଦିର ଖୋଲିଲେ ବି ଭୋଗ କରିବା ଓ ଖାଇବା ବାରଣ ହୋଇଛି ।

Comments are closed.