ଦେଶରେ ଆଉ ୪୫,୨୦୯ ନୂଆ କରୋନା ମାମଲା, ୫୦୧ ମୃତ, ମୋଟ ସଂକ୍ରମିତ ୯୧ ଲକ୍ଷ ନିକଟତର

ନୂଆଦିଲ୍ଲୀ – ଭାରତରେ ଦିନକରେ ଆଉ ୪୫, ୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦେଶରେ ମୋଟ ମାମଲା ୯୧ ଲକ୍ଷର ନିକଟତର ହୋଇଛି । ଗତ ୨୪ ଘଣ୍ଟାରେ ଏହି ମହାମାରୀ ଆଉ ୫୦୧ ଜଣଙ୍କ ମୁଣ୍ଡ ନେଇଛି । ସେହିପରି ଦିନକରେ ୪୩,୪୯୩ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । କରୋନା ସଂକ୍ରମଣରେ ଆମେରିକା ପଛକୁ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମୃତ୍ୟୁସଂଖ୍ୟାରେ ପଞ୍ଚମ ସ୍ଥାନରେ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ସୂଚନା ଅନୁସାରେ, ଭାରତରେ ଏବେ ମୋଟ କରୋନା ମାମଲା ୯୦.୯୫ ଲକ୍ଷକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୩୩ ହଜାର ଲୋକ ପ୍ରାଣ ହରାଇଛନ୍ତି । କରୋନାରେ ଏବେ ସୁଦ୍ଧା ମୋଟ ୮୫ ଲକ୍ଷ ୨୧ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ସଂଖ୍ୟା ୪ ଲକ୍ଷ ୪୦ ହଜାର ରହିଛି ।

ଆଇସିଏମଆର ମୁତାବକ ନଭେମ୍ବର ୨୧ ସୁଦ୍ଧା ଦେଶରେ ମୋଟ ୧୩ କୋଟି ୧୭ ଲକ୍ଷ ନମୁନା ଟେଷ୍ଟ କରାଯାଇଛି । ଏଥିମଧ୍ୟରୁ ୨୪ ଘଣ୍ଟାରେ ୧୧ ଲକ୍ଷ ନମୁନା ଟେଷ୍ଟ କରାଯାଇଥିଲା । ଭାରତରେ ଏବେ ପଜିଟିଭ୍ ସଂଖ୍ୟା ୭% ରହିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ସକ୍ରିୟ ମାମଲା ଓ ମୃତ୍ୟୁହାର ସବୁଠୁ ଅଧିକ ରେକର୍ଡ କରାଯାଇଛି ।

Comments are closed.