ଆଇଏଏସ ଟ୍ରେନିଂ ସେଣ୍ଟରରେ କରୋନା ଆତଙ୍କ, ୫୭ ଆଇଏଏସ୍ ସଂକ୍ରମିତ

ନୂଆଦିଲ୍ଳୀ – ପାର୍ବଣ ପରେ ଭାରତରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହୋଇଯାଇଛି । ଏବେ ମସୁରୀ ସ୍ଥିତ ଆଇଏଏସ୍ ଟେନ୍ରିଂ ସେଣ୍ଟରରେ କରୋନା ଆତଙ୍କ ଖେଳିଯାଇଛି । ଏଠାରେ ତାଲିମ ନେଉଥିବା ୫୭ ଆଇଏଏସ୍ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ଆତଙ୍କ ପରେ ଡିସେମ୍ବର ୩ ପର୍ଯ୍ୟନ୍ତ ସବୁ ଟ୍ର୍ରେନିଂ ସମ୍ବନ୍ଧୀୟ କାର୍ଯ୍ୟକଳାପ ଅନଲାଇନରେ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ମସୁରୀସ୍ଥିତ ‘ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ’ରେ ତାଲିମ ନେଉଥିବା ୫୭ ଆଇଏଏସ୍ ପ୍ରଶିକ୍ଷାର୍ଥୀ ସଂକ୍ରମିତ ହେବା ପରେ ଏବେ ସେଠାରେ ଅନ୍ୟ ୪୨୮ ଜଣ ପ୍ରଶିକ୍ଷାର୍ଥୀଙ୍କ ଚିନ୍ତା ବଢିଯାଇଛି । ଉଲ୍ଲେଖଯୋଗ୍ୟ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ତଥା ନବନିଯୁକ୍ତ ଆଇଏଏସ୍ ଅଧିକାରୀ ଏଠାରେ ତାଲିମ ନିଅନ୍ତି । ସଂକ୍ରମିତ ସବୁ ପ୍ରଶିକ୍ଷାର୍ଥୀଙ୍କୁ ଏକ ସରକାରୀ କୋଭିଡ୍ କେୟାର୍ ସେଣ୍ଟରରେ କ୍ୱାରେଣ୍ଟାଇନରେ ରଖାଯାଇଛି । ଏବଂ ଟ୍ରେନିଂ ସେଣ୍ଟରକୁ ଆସୁଥିବା ନୂଆ ପ୍ରଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ କରାଯାଉଛି । ଗୃହ ମନ୍ତ୍ରାଳୟ ଓ ଡେରାଡୁନର ସାଧାରଣ ପ୍ରଶାସନର ଗାଇଡ ଲାଇନ୍ ଅନୁସାରେ ଆଇଏଏସ୍ ଟ୍ରେନିଂ ସେଣ୍ଟରରେ କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବାକୁ ସବୁପ୍ରକାର ଉଦ୍ୟମ କରାଯାଉଛି ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

Comments are closed.