ପେନସିଲଭେନିଆରେ ଟ୍ରମ୍ପଙ୍କୁ ଝଟକା: ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ୍ କରି ହୋଇଥିବା ଆବେଦନ ଖାରଜ

ୱାଶିଂଟନ – ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ଝଟକା ଲାଗିଛି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ଟ୍ରମ୍ପ୍ କରିଥିବା ଆବେଦନକୁ ପେନସେଲଭେନିଆର ଫେଡେରାଲ କୋର୍ଟ ଖାରଜ କରିଦେଇଛନ୍ତି । ପେନସେଲଭେନିଆ ପ୍ରଦେଶରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ରୋକ୍ ଲଗାଇବା ପାଇଁ ଟ୍ରମ୍ପ୍ ଆବେଦନ କରିଥିଲେ ।

ପେନସେଲଭେନିଆରେ ଭୋଟ୍ ଗଣନାରେ ଜାଲିଆତି ହୋଇଥିବା ଟ୍ରମ୍ପ ଅଭିଯୋଗ କରିଥିଲେ । ଏହି ପ୍ରଦେଶରେ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ ପ୍ରାୟ ୮୦,୦୦୦ରୁ ଊର୍ଦ୍ଧ୍ୱ ଭୋଟ୍ ରେ ବିଜୟୀ ହୋଇଥିଲେ । ଟ୍ରମ୍ପଙ୍କ ଅଭିଯୋଗ ଭିତ୍ତିହୀନ । କାରଣ ସେ ଏନେଇ କୌଣସି ପ୍ରମାଣ ଉପସ୍ଥାପନ କରିପାରି ନାହାନ୍ତି ବୋଲି କୋର୍ଟ କହିଛନ୍ତି । ପେନସେଲଭେନିଆ ନିର୍ବାଚନ ଅଧିକାରୀ ବିଡେନଙ୍କୁ ବିଜୟୀ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି ।

Comments are closed.