ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ୯୦୫, ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ୮୧୩କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଆଜି ଆଉ ୯୦୫ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୯୨, କେନ୍ଦୁଝରରୁ ୬୦, କଟକରୁ ୫୯, ମୟୂରଭଞ୍ଜରୁ ୪୯, ଖୋର୍ଦ୍ଧାରୁ ୪୮, ଜଗତସିଂହପୁରରୁ ୪୩, ସମ୍ବଲପୁରରୁ ୪୩, କଳାହାଣ୍ଡିରୁ ୪୧, ନୂଆପଡାରୁ ୪୦, ଅନୁଗୁଳରୁ ୩୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଯାଜପୁରରୁ ୩୯, ପୁରୀରୁ ୩୯, ବୌଦ୍ଧରୁ ୩୨ ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୧୭ ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ସୁସ୍ଥଙ୍କ ସଂଖ୍ୟା୩ ଲକ୍ଷ ୫ ହଜାର ୮୧୩କୁ ବୃଦ୍ଧି ପାଇଛି ।

Comments are closed.