ଏସିସିବିରେ ଅକ୍ସିଜେନ ପାଇପ୍ ଲିକ ପରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ- କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲର ଓପନ ହାର୍ଟ ସର୍ଜରୀ ବନ୍ଦ । କାର୍ଡିଓଥୋରାସିସ ବିଭାଗ ଆଇସିୟୁରେ ଅକ୍ସିଜେନ ପାଇପରୁ ଲିକ୍ ହେବାରୁ ଆଇସିୟୁ ଓ ଓଟି କାର୍ଯ୍ୟବନ୍ଦ ରଖାଯାଇଛି । ଘଟଣା ଘଟିବା ପୂର୍ବରୁ ଅକ୍ସିଜେନ୍ ପାଇପରୁ ସାମାନ୍ୟ ପରିମାଣରେ ଲିକ୍ ହେଉଥିଲା । ଏହା ସତ୍ୱେ କାମ ଜାରି ରହିଥିଲା ।

ପରେ ଏହା ବୃଦ୍ଧି ପାଇବାରୁ ଆଇସିୟୁ ଓ ଓଟି କାମକୁ ବନ୍ଦ ରଖାଯାଇଛି । ଘଟଣା ପରେ ଅକ୍ସିଜେନ ପ୍ଲାଂଟ୍ ବନ୍ଦ ରହିଛି । ସ୍ଥିତି ସ୍ୱାଭାବିକ ନ ହେବା ଯାଏଁ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଗୁରୁତର ରୋଗୀଙ୍କୁ ତଳ ମହଲାକୁ ସିଫ୍ଟ କରାଯାଇଛି ।

Comments are closed.