ଗିରଫ ହେଲେ କୋଟିପତି ଗଣିତ ଅଧ୍ୟାପକ

ଭୁବନେଶ୍ୱର- ଗିରଫ ହେଲେ କୋଟିପତି ଗଣିତ ଅଧ୍ୟାପକ । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସିଇଟିର ଗଣିତ ବିଭାଗ ସହକାରୀ ଅଧ୍ୟାପକ ପ୍ରସନ୍ନ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି । ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ୨ କୋଟି ୧୯ ଲକ୍ଷ ଟଙ୍କାର ସଂପତି ଠାବ ହୋଇଥିଲା ।

ପ୍ରଫେସରଙ୍କ ୧ କୋଟି ୮୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତି ଥିବା ସୂଚନା ମିଳିଛି । ଗତକାଲି ପ୍ରସନ୍ନ ମିଶ୍ରଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ।

Comments are closed.