ନ୍ୟୁଜରୁମ: ସକାଳର ଖବର

୧. କୋଭିଡ ପରିଚାଳନା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍:  ଟିକା ବଂଟନ ନେଇ ଓଡିଶାରେ ଏକ ସିଷ୍ଟମ ପ୍ରସ୍ତୁତ, ସ୍ୱାସ୍ଥ୍ୟକର୍ମୀ ଓ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରାଥମିକତା

୨. କୋରୋନା ପରୀକ୍ଷା, ମୁକାବିଲା ଓ ଚିକିତ୍ସା ଖର୍ଚ୍ଚର ହିସାବ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

୩. ବିଧାନସଭାରେ ଇଡ୍‌କୋ ସଂଶୋଧନ ବିଲ୍ ଗୃହୀତ, ଏଣିକି ରାତିରେ କାରଖାନାରେ କାର୍ଯ୍ୟ କରିପାରିବେ ମହିଳା

୪. ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ, ୨୬ ତାରିଖ ରାତି ୨ଟାରେ ଆରମ୍ଭ ହେବ ବେଶ କାମ, ରହିବେ ସୀମିତ ସେବାୟତ

୫. କଟକ ନୟାସଡକ ଆଇଆଇଏଫଏଲରୁ ଡକାୟତି ଘଟଣାରେ ପୋଲିସ କମିଶନରଙ୍କ ଖୁଲାସା : ସଂସ୍ଥାର ୨ କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ୍

୬.କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ

୭. ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାରେ କୋରୋନା ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଟିକା ବିତରଣ ପାଇଁ ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ ପାଇଁ ରାଜ୍ୟଙ୍କୁ ପରାମର୍ଶ

୮. ଆରଟି-ପିସିଆର ଟେଷ୍ଟ ମୂଲ୍ୟ ୪୦୦ ଟଙ୍କା ଧାର୍ଯ୍ୟ ନେଇ କେନ୍ଦ୍ର ଓ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

୯. ଆଉ ୪୩ ମୋବାଇଲ ଆପକୁ ବ୍ୟାନ୍ କଲେ ଭାରତ ସରକାର

୧୦. ଜାନୁଆରୀ ୮ରେ ମୁମ୍ବାଇ ପୋଲିସ୍ ଆଗରେ ହାଜର ହେବେ କଙ୍ଗନା

୧୧. ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି, ଅଶ୍ୱିନ

Comments are closed.