କୁବେର ଆଇଏଫଏସ ଅଧିକାରୀ ଅଭୟଙ୍କ ବିରୋଧରେ ଦ୍ୱିତୀୟ ଦିନରେ ବି ଭିଜିଲାନ୍ସ ରେଡ୍ , ମାଳ ମାଳ ବିମାନ ଟିକେଟ, ୫ ଶହ ଗ୍ରାମ ସୁନା ଜବତ, ହେଉଛି ବୟାନ ରେକର୍ଡ

ଭୁବନେଶ୍ୱର- ଦ୍ୱିତୀୟ ଦିନରେ ଆଇଏଫଏସ ଅଧିକାରୀ ତଥା ପିସିସିଏଫ ଅଭୟ ପାଠକଙ୍କ ଘରେ ଭିଜିଲାନ୍ସ ଚଢାଉ । ରେଡ୍ ବେଳେ ଅଫିସ ଓ ଘରୁ ଗୁଡାଏ ଫ୍ଲାଇଟ ଟିକେଟ ମିଳିଛି ।

ମୁମ୍ବାଇରେ ରହୁଥିବା ଅଭୟଙ୍କ ପୁଅଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଭିିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି । ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଅଭୟଙ୍କ ବୟାନ ରେକର୍ଡ କରୁଛି । ରେଡ୍ ବେଳେ ୫ ଶହ ଗ୍ରାମ ସୁନା ଜବତ ହୋଇଛି । ଆଜି ଅଭୟଙ୍କ ରାଜ୍ୟ ଓ ରାଜ୍ୟ ବାହାରେ ୧୨ଟି ଠିକଣା ଉପରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଗତକାଲି ଚଢାଉ ଆରମ୍ଭ ହୋଇଥିଲା ।

Comments are closed.