ମାରାଡୋନାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର – ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଟବଲ ଜଣେ ମହାନ କିମ୍ବଦନ୍ତୀଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଜଣେ ଫୁଟବଲ ପ୍ରତିଭା ଭାବେ ମାରାଡୋନା ବିଶ୍ୱର ଲକ୍ଷ ଲକ୍ଷ କ୍ରୀଡାପ୍ରେମୀଙ୍କୁ ନିଜର ଯାଦୁକରୀ ଖେଳରେ ବଶୀଭୂତ କରିଥଲେ । ମାରାଡୋନାଙ୍କ କୃତିତ୍ୱ ପୀଢି ପୀଢି ଧରି ଫୁଟବଲପ୍ରେମୀଙ୍କୁ ପ୍ରେରଣା ଯୋଗାଇବ ବୋଲି ନବୀନ ଟ୍ୱିଟ୍ କରିଛନ୍ତି । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.