ବ୍ରହ୍ମପୁର ପୋଲିସକୁ ବଡ ସଫଳତା, ବିଭିନ୍ନ ଘରୁ ଚୋରି କରୁଥିବା ୨ ଲୁଟେରା ଗିରଫ, ବହୁ ଚୋରି ସାମଗ୍ରୀ ଜବତ

ବ୍ରହ୍ମପୁର- ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ବ୍ରହ୍ମପୁର ସହର ଓ ଗୋପାଳପୁରର ଅଂଚଳର ବିଭିନ୍ନ ଘରୁ ଗତ ଏକ ବର୍ଷ ଧରି ବିଭିନ୍ନ ଚୋରି ଡକାୟତି କରୁଥିବା ଚୋର ଦଳକୁ ଧରିଛି ବ୍ରହ୍ମପୁର ପୋଲିସ । ଏମାନେ ବ୍ରହ୍ମପୁରର ବିଭିନ୍ନ ସାହି ଓ ଗୋପାଳପୁର ଅଂଚଳରୁ ତୋରି କରୁଥିଲେ ବୋଲି ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ବ୍ରହ୍ମପୁର ପୋଲିସ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଦୁଇ ଚୋର ଓ ଚୋରି ସାମଗ୍ରୀ କିଣୁଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ଅପରାଧ ସ୍ୱୀକାର କରିଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗିରଫ ଦୁଇ ଲୁଟେରାଙ୍କ ନିକଟରୁ ୫୪୦ ଗ୍ରାମ ସୁନା, ୧୦୦ ଗ୍ରାମ ରୁପା, କାର୍‌, ବାଇକ ଓ ନଗଦ ୩୦ ହଜାର ଟଙ୍କା ଜବତ କରାଯାଇଛି । ଲୁଟେରାମାନେ ୟୁ ଟ୍ୟୁବରୁ ଚୋରି କୌଶଳ ଶିଖୁଥିଲେ ବୋଲି ପୋଲିସ କହିଛି ।

Comments are closed.