ବୈତରଣୀ ନଦୀରେ ଏନଏଚଏଆଇ ପୋଲ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ବୈତରଣୀ ନଦୀରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ-ଏନଏଚଏଆଇର ପୋଲ ପ୍ରକଳ୍ପରେ ବିଳମ୍ବ ହେଉଥିବା ଦର୍ଶାଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରମ୍ବାର ବୈଠକ ପରେ ବି ପ୍ରକଳ୍ପ କାର୍ଯ୍ୟ ଆଗକୁ ଯାଉ ନ ଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ନୀତିନ ଗଡକରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ନବୀନ । ପ୍ରକଳ୍ପ ଅର୍ଥର ୨୦ ପ୍ରତିଶତ ବହନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । । କାମ ଶୀଘ୍ର ଆରମ୍ଭ ନ ହେଲେ ପ୍ରକଳ୍ପ ଖର୍ଚ୍ଚ ଆହୁରି ବଢିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.