ସମଲେଇ ମନ୍ଦିର ବିକାଶ ଯୋଜନା ବିସ୍ଥାପିତଙ୍କ ଥଇଥାନ ପାଇଁ ସର୍ଭେ ଚୂଡାନ୍ତ ପର୍ଯ୍ୟାୟରେ

ସମ୍ବଲପୁର: ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ପରିପ୍ରେକ୍ଷୀରେ ଗତବର୍ଷ ମୁଖ୍ୟମନ୍ତ୍ରୀ ସମ୍ବଲପୁରର ସମଲେଶ୍ବରୀଙ୍କ ମନ୍ଦିରର ବିକାଶ ନେଇ ଘୋଷଣା କରିଥିଲେ । ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ସ୍ବତନ୍ତ୍ର ସ୍ଥାନ ଦେବାକୁ ଅନେକ ବିକାଶମୂଳକ କାମ ହାତକୁ ନିଆଯିବ ବୋଲି ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବିଶେଷଜ୍ଞ ଦଳ ବି ଲକଡାଉନ୍ ପୂର୍ବରୁ ଆସି ପରିଦରଶନ କରି ଫେରିଥିଲେ ।

ତେବେ , ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ପୁରୀ ଶ୍ରୀ ମନ୍ଦିର ପରି ଏହାର ଚତୁଃପାର୍ଶ୍ଵକୁ ଉଚ୍ଛେଦ କରିବା ଜରୁରୀ ହୋଇପଡିଛି । ଆଉ ଏଥିପାଇଁ ଉଛେଦ ହେବାକୁ ଥିବା ପରିବାରଗୁଡିକର ଥଇଥାନ ସକାଶେ ରାଜସ୍ବ ଏବଂ ପୂର୍କ ବିଭାଗ ପକ୍ଷରୁ କିଛି ଦିନ ହେଲା ଚାଲିଥିବା ସର୍ଭେ ବି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ , ଦୁର୍ଗାପାଲି ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ଜମିରେ ସର୍ଭେ ହୋଇଥିବା ବେଳେ ସହରର ଆଉ କିଛି ସ୍ଥାନକୁ ବି ଚୟନ କରାଯାଇଛି । ତେବେ , ଏନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ଜଣାପଡିଛି ।

Comments are closed.