ଦେଶରେ ଆଉ ୪୩ ହଜାର କରୋନା ରୋଗୀ ଚିହ୍ନଟ, ୪୯୨ ମୃତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪୩,୦୮୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ମହାମାରୀରେ ଆଉ ୪୯୨ ଜଣଙ୍କ ମୃତ୍ୟୁ ବି ଘଟିଛି । ଗତ ୨୪ ଘଣ୍ଟାରେ ଆଉ ୩୯,୩୭୯ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । ବିଶ୍ୱରେ ସର୍ବାଧିକ କରୋନା ମାମଲାରେ ଆମେରିକାର ପରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ମୃତ୍ୟୁ ସଂଖ୍ୟାରେ ଭାରତର ସ୍ଥାନ ଅଷ୍ଟମ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ୯ ହଜାରକୁ ବୃଦ୍ଧି ପାଇଛି । ଏଯାବତ ଏହି ରୋଗରେ ୧ ଲକ୍ଷ ୩୫ ହଜାର ୭୧୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହେଉଛି ୪ ଲକ୍ଷ ୫୫ ହଜାର । କରୋନାରୁ ଏବେ ସୁଦ୍ଧା ୮୭ ଲକ୍ଷ ୧୮ ହଜାର ଲୋକ ସୁସ୍ଥ ହୋଇଛନ୍ତି ।

Comments are closed.