ରାଜ୍ୟରେ ଗତ ୨୪ ଘଂଟାରେ ଚିହ୍ନଟ ହେଲେ ୬ ଶହରୁ କମ୍ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର – ରାଜ୍ୟରେ ବେଶ୍ କିଛି ମାସ ପରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଶହ ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୪୩, ସ୍ଥାନୀୟ ଅଂଚଳରୁ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୫୬, କଟକରୁ ୫୫, ସୁନ୍ଦରଗଡରୁ ୫୫, ମୟୂରଭଞ୍ଜରୁ ୪୨, ବଲାଙ୍ଗିରରୁ ୪୨, ପୁରୀରୁ ୩୭, ଅନୁଗୁଳରୁ ୩୭, ବାଲେଶ୍ୱରରୁ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୮ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୧୭ ହଜାର ୨୩୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଲକ୍ଷ ୮ ହଜାର ୮୩୯ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ରହିଛି ୬ ହଜାର ୬୨୯ ।

Comments are closed.