ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଶହରୁ ତଳେ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟଦିନ ଧରି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୬ ଶହ ତଳେ ରହିଛି । ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୫୫୦ ନୂଆ ଆକ୍ରାନ୍ତ । ସଂଗରୋଧରୁ ୩୧୭ ଓ ସ୍ଥାନୀୟ ସଂକ୍ରମଣରୁ ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫୩, ଖୋର୍ଦ୍ଧାରୁ ୪୯, ସୁନ୍ଦରଗଡରୁ ୪୭, ମୟୂରଭଞ୍ଜରୁ ୪୦, ସମ୍ବଲପୁରୁ ୩୭, କଟକରୁ ୩୫,ନୂଆପଡାରୁ ୩୧,ପୁରୀରୁ ୨୬ ଓ ଗଞ୍ଜାମ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୭୮୯କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୯ ହଜାର ୭୪୭ ଜଣ ସୁସ୍ଥ ହୋଇସାରିଲେଣି । ୬ ହଜାର ୨୫୯ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.