ଦେଶରେ ଆଉ ୪୧ ହଜାର ନୂଆ କରୋନା ମାମଲା, ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୩ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ଭାରତରେ ଗତ ୨୪ ଘଣ୍ଟାରେ ଆଉ ୪୧, ୩୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ଟପିଛି । ଗତ ୨୧ଦିନ ଧରି ଦୈନିକ ମାମଲା ୫୦ ହଜାରରୁ କମ୍ ରହିଛି । ଦିନକରେ ଏହି ମହାମାରୀ ଆଉ ୪୮୫ ଲୋକଙ୍କ ପ୍ରାଣ ନେଇଛି । ସେହିପରି ଗତ ୨୪ ଘଣ୍ଟାରେ ୪୧,୪୫୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସର୍ବାଧିକ ସଂକ୍ରମିତ ମାମଲାରେ ଆମେରିକା ପଛକୁ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ନବମ ସ୍ଥାନରେ ଅଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୩ ଲକ୍ଷ ୫୧ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏହି ମହାମାରୀରେ ୧ ଲକ୍ଷ ୩୬ ହଜାର ଲୋକ ପ୍ରାଣ ହରାଇଛନ୍ତି । ମୋଟ ସକ୍ରିୟ ମାମଲା ବଢି ୪ ଲକ୍ଷ ୫୪ ହଜାରରୁ ଊର୍ଦ୍ଧ୍ୱ ହୋଇଛି । ଏଯାବତ ଦେଶରେ କରୋନାରୁ ୮୭ ଲକ୍ଷ ୬୦ ହଜାର ଲୋକ ସୁସ୍ଥ ହୋଇଛନ୍ତି ।

Comments are closed.