କରୋନା ଅପଡେଟ୍: ୧୬ ଦିନ ପରେ ୪୦ ହଜାର ତଳକୁ ଖସିଲା ଦୈନିକ ମାମଲା

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ୩୧,୧୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୧୬ ଦିନ ପରେ ଦୌନିକ ମାମଲା ୪୦ ହଜାର ତଳକୁ ଖସିଛି । ଦିନକରେ ଆଉ ୪୮୨ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଆଉ ୨୪ ଘଣ୍ଟାରେ ୪୧,୯୮୫ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ଦେଶରେ ଏବେ ମୋଟ କରୋନା ମାମଲା ୯୪ ଲକ୍ଷ ୬୨ ହଜାର ୮୧୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୩୭ ହଜାର ୬୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଯାବତ ୮୮ ଲକ୍ଷ ୮୯ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ଏବେ ମୋଟ ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀ ସଂଖ୍ୟା ୪ ଲକ୍ଷ ୩୫ ହଜାର ୬୦୩କୁ ହ୍ରାସ ପାଇଛି । ଦୈନିକ କରୋନା ମାମଲା ଗତ ୨୪ ଦିନ ଧରି ୫୦ ହଜାର ତଳକୁ ରହିଥିଲେ ବି ପଜିଟିଭିଟ୍ ରେଟ୍ ପୂର୍ବଭଳି ୭% ରହିଛି । ଆଶ୍ୱସ୍ତିକର ବିଷୟ ହେଉଛି, ଦେଶରେ ସୁସ୍ଥ ହାର ୯୩.୬୮% ରହିଛି ।

Comments are closed.