ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଳା କାରନାମାର ହିସାବ ରଖିଲା ବିଜେଡି

ଭୁବନେଶ୍ୱର- ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ ଖୋଲି ତୀବ୍ର ଆକ୍ରମଣ କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, କୋଭିଡ ବିରୋଧରେ ସାରା ରାଜ୍ୟ ଲଢେଇ କରୁଥିବା ବେଳେ ପ୍ରଦୀପ ଚାଟାର୍ଡ ଫ୍ଲାଇଟରେ ବୁଲି ଅୟସ କରୁଥିଲେ । ଦାମୀ ହୋଟେଲରେ ରହିବା ପାଇଁ ସେ ୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରଦୀପଙ୍କୁ ଜନବିରୋଧୀ କାର୍ଯ୍ୟନେଇ ଜବାବ ଦେଇଛନ୍ତି ଲେନିନ ।

ସେ ଅଭିଯୋଗ କରିଛନ୍ତି ଯେ, ୬୮ ଜଣ ଲୋକଙ୍କଠାରୁ ପ୍ରଦୀପଙ୍କ ଭାବି ଜ୍ୱାଇଁ ଓ ସମୁଦି ଟଙ୍କା ହଡପ କରିଛନ୍ତି । ବ୍ରହ୍ମପୁର କୋର୍ଟପେଟା ଛକରେ ପ୍ରଦୀପଙ୍କ ୨୦ କୋଟି ଟଙ୍କାର ସଂପତି ରହିଛି । ୧୫୦ ଏକର ବେନାମି ସଂପତିରେ ପ୍ରଦୀପଙ୍କ ସଂପୃକ୍ତି ରହିଥିବା ବିଜେଡି ମୁଖପାତ୍ର ଅଭିଯୋଗ କରିଛନ୍ତି । ପ୍ରଦୀପଙ୍କ ଭାବି ଜ୍ୱାଇଁ ଆକାଶ ଯଦି ଏତେ ଡିଗ୍ରୀ କରିଛନ୍ତି,ତେବେ ସେ ତାଙ୍କ ସାର୍ଟିଫିକେଟ ସବୁ ଦେଖାନ୍ତୁ ବୋଲି ଲେନିନ ଦାବି କରିଛନ୍ତି । ପ୍ରଦୀପ ପାଣିଗ୍ରାହୀ ଚଂଚକତା କରି ଲୁଟିଛନ୍ତି । ତାଙ୍କ କଳା ଚେହେରା ପଦାରେ ପଡିଯାଇଥିବାରୁ ସେ ପ୍ରଳାପ କରୁଛନ୍ତି ବୋଲି ଲେନିନ ମହାନ୍ତି କହିଛନ୍ତି ।

Comments are closed.