ଅଭୟକାନ୍ତ ମାମଲା : ସମ୍ବଲପୁର ଓ ଅନୁଗୁଳରେ ଭିଜିଲାନ୍ସ ଟିମ୍‌ର ଖୋଳତାଡ

ଅନୁଗୁଳ- ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ନିଲମ୍ବିତ ଆଇଏଫଏସ ଅଭୟକାନ୍ତଙ୍କ ବିରୋଧରେ ଜୋରଦାର ହେଉଛି ତଦନ୍ତ । ଅନୁଗୁଳରେ ଅଭୟ ପାଠକଙ୍କ ଲିଙ୍କ୍ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ଏହି କ୍ରମରେ ଅନୁଗୁଳ ଡିଏଫଓ ଅଫିସରେ ପହଂଚିଛି ଭିଡିଲାନ୍ସର ୪ ଜଣିଆ ଟିମ୍ । ବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ୍ ଆକାଉଂଟର ଯାଂଚ କରୁଛି ଟିମ୍ । ସୂଚନାଯୋଗ୍ୟ ଯେ, ୧୯୯୩ରୁ ୧୯୯୪ ଯାଏଁ ଅନୁଗୁଳରେ ଡିଏଫଓ ଥିଲେ ଅଭୟକାନ୍ତ ।

ଭିଜିଲାନ୍ସର ଏକ ଟିମ୍ ସମ୍ବଲପୁର ଯାଇ ମାମଲାର ଖୋଲତାଡ କରୁଛି । ଆର୍ଥିକ କାରବାର ନେଇ ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍ । ଅଭୟକାନ୍ତ ପାଠକ ସମ୍ବଲପୁରରେ ସୋସିଆଲ ଫରେଷ୍ଟରରେ ଜଏଂଟ ଡାଇରେକ୍ଟର ଥିଲେ । ବିଭିନ୍ନ ବ୍ୟାଙ୍କକୁ ଯାଇ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ । ସେ ସମୟରେ ତାଙ୍କର କୌଣସି ଆକାଉଂଟ ଥିବା ନେଇ ଯାଂଚ କରୁଛି ଭିଜିଲାନ୍ସ ଟିମ୍ ।

Comments are closed.