ରାଜ୍ୟରେ ୪୩୪ ନୂଆ କୋରୋନା ମାମଲା, ସାଢେ ଚାରି ମାସ ପରେ ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୫ ହଜାର ତଳେ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୪୩୪ଟି ନୂଆ କୋରୋନା ମାମଲା ଆସିଛି । ସଂଗରୋଧରୁ ୨୪୯ ଓ ସ୍ଥାନୀୟ ଅଂଚଳରୁ ୧୮୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪, ଅନୁଗୁଳରୁ ୪୫, ସୁନ୍ଦରଗଡରୁ ୪୧, ନୂଆପଡାରୁ ୩୦, ବଲାଙ୍ଗିରରୁ ୨୯, କଟକରୁ ୨୮, ମୟୂରଭଂଜରୁ ୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୯ ଓ ଗଞ୍ଜାମ ଜିଲ୍ଲାରୁ ୯ ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୧୭କୁ ବୃଦ୍ଧି ପାଇଛି । ୩ ଲକ୍ଷ ୧୩ ହଜାର ୩୯୪ ଜଣ ସୁସ୍ଥ ହୋଇଛନ୍ତି । ୪ ହଜାର ୮୧୫ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି । ସାଢେ ଚାରି ମାସରେ ପ୍ରଥମ ଥର ପାଇଁ ସକ୍ରିୟ ମାମଲା ସଂଖ୍ୟା ୫ ହଜାର ତଳକୁ ଖସିିଛି ।

ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୭୫୫କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.