ଅଧିକ କରୋନା ପରୀକ୍ଷା କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ – ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିକରୁ ଅଧିକ ପରୀକ୍ଷା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛି । କୋଭିଡ୍‌-୧୯ ପରୀକ୍ଷାକୁ ବ୍ୟାପକ କରି ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି ।

କିଛିଦିନ ତଳେ ହରିୟାଣା, ରାଜସ୍ଥାନ, ଗୁଜରାଟ ଓ ମଣିପୁରରେ କରୋନା ସ୍ଥିତି ଯାଞ୍ଚ୍ କରିବାକୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ଦଳ ପଠାଇଥିଲେ । ଏହିସବୁ ରାଜ୍ୟଗୁଡିକର କିଛି ଜିଲ୍ଲାରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଥିଲା । ସେପଟେ ଦେଶରେ ମୋଟ କରୋନା ମାମଲା ୯୦ ଲକ୍ଷ ପାର୍ କରିଛି । ଆଜି ପୁଣି ୪୬,୨୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୯୦ ଲକ୍ଷ ୫୦ ହଜାରରେ ପହଞ୍ଚିଛି ।

ଦିନକରେ କରୋନାରେ ଆଉ ୫୬୪ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୪୯,୭୧୫ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୯୦ ଲକ୍ଷ ୫୦ ହଜାର ହୋଇଥିବା େବେଳ ମୃତ୍ୟ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୨୬କୁ ବୃଦ୍ଧି ପାଇଛି । ଦେଶରେ ଏଯାବତ ୮୪ ଲକ୍ଷ ୭୮ ହଜାର ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

Comments are closed.