ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଘରେ ଏନସିବିର ଚଢାଉ, ଗଞ୍ଜେଇ ଜବତ

ମୁମ୍ବାଇ – ଡ୍ରଗ୍ସ ଲିଙ୍କରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ତଦନ୍ତ ଜାରି ରହିଛି । ଏନସିବି ଶନିବାର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ପତି ହର୍ଷ ଲିମ୍ବାଚିୟାଙ୍କ ଘରେ ଚଢାଉ କରିଛି । ତଲାସି ବେଳେ ତାଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି ।

ଜଣେ ଡ୍ରଗ୍ସ ମାଫିଆକୁ ଜେରା ବେଳେ ଭାରତୀ ଓ ତାଙ୍କ ପତି ହର୍ଷଙ୍କ ନାମ ସାମ୍ନାକୁ ଆସିଥିଲା । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଅନେକ ହାଇ ପ୍ରୋଫାଇଲ ସେଲିବ୍ରିଟିଙ୍କ ଏନସିବି ରାଡାରରେ ଅଛନ୍ତି । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ତଦନ୍ତ ଘେରକୁ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ରକୁଲପ୍ରୀତ ସିଂ, ଅର୍ଜୁନ ରାମପାଲ ଭଳି ସେଲିବ୍ରିଟି ଆସିଛନ୍ତି ।

ଡ୍ରଗ୍ସ ଲିଙ୍କ୍ ମାମଲାରେ ଜଣାଶୁଣା ଫିଲ୍ମ ନିର୍ମାତା ଫିରୋଜ ନାଡିଆଦୱାଲାଙ୍କ ପତ୍ନୀ ଶବାନା ସଇଦଙ୍କୁ ଏନସିବି ଗିରଫ କରିଥିଲା । ନିକଟରେ ଅର୍ଜୁନ ରାମପାଲଙ୍କ ଘରେ ବି ଚଢାଉ ହୋଇଥିଲା ବେଳେ ତାଙ୍କୁ ଡ୍ରଗ୍ସ ମାମଲାରେ ପଚରା ଉଚରା କରାଯାଇଥିଲା ।

Comments are closed.