କୋଇଲା ରୟାଲଟି ନିୟମରେ ସଂଶୋଧନ ଦାବି କଲେ ମୁଖ୍ୟମନ୍ତ୍ରୀ, ଓଏମସି ବ୍ଲକ୍ ପାଇଁ କୋଲବ୍ଲକ ସଂରକ୍ଷଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର- ରାଜ୍ୟରେ ଖଣି, କୋଇଲା ଓ ପରିବେଶ ସେସ୍ ନେଇ ଉଚ୍ଚସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ବୈଠକରେ କୋଇଲା ରୟାଲଟି ନିୟମରେ ସଂଶୋଧନ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୭ରୁ କେନ୍ଦ୍ର ନିକଟରେ ରୟାଲଟି ବୃଦ୍ଧି ଦାବି କରିଆସୁଛି ଓଡିଶା । ରୟାଲଟି ବଢିଲେ ରାଜ୍ୟରେ ନିଯୁକ୍ତି ଓ ରାଜସ୍ୱ ବଢିବ ବୋଲି ନବୀନ ବୈଠକରେ କହିଛନ୍ତି । ବୈଠକରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଉଦ୍ୟୋଗ ଓଏମସି ପାଇଁ କୋଲବ୍ଲକ୍ ସଂରକ୍ଷଣ ରଖିବାକୁ ମଧ୍ୟ ଦାବି କରିଛନ୍ତି । ଶିଳ୍ପ ଚାହିଦା ଦୃଷ୍ଟିରୁ କୋଲବ୍ଲକ ସଂରକ୍ଷଣ ଦାବି କରିଛନ୍ତି ନବୀନ । ରାଜସ୍ୱ ଓ ନିଯୁକ୍ତି ଦୃଷ୍ଟିରୁ ଖଣି କ୍ଷେତ୍ରରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.