ବିଶ୍ୱ ମାନ୍ୟତାରେ ଚତୁର୍ଥ ସ୍ଥାନ ସହ ବର୍ଷ ଶେଷ କଲା ଭାରତୀୟ ପୁରୁଷ ହକି ଦଳ, ନବମ ସ୍ଥାନରେ ରହିଲେ ମହିଳା

ଲୋଜାନ୍ – କୋଭିଡ -୧୯ ମହାମାରୀ ଯୋଗୁଁ ଚଳିତ ସିଜନରେ କ୍ରୀଡ଼ା କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳ ଅନ୍ତର୍ଜାତୀୟ ମାନ୍ୟତାରେ ଯଥାକ୍ରମେ ଚତୁର୍ଥ ଏବଂ ନବମ ସ୍ଥାନ ସହ ବର୍ଷ ଶେଷ କରିଛନ୍ତି । ବେଲଜିୟମର ପୁରୁଷ ଦଳ ଏବଂ ମହିଳାରେ ନେଦରଲ୍ୟାଣ୍ଡ୍ସ ବିଶ୍ୱ ମାନ୍ୟତାର ଶୀର୍ଷରେ ରହିଥିବା ସୋମବାର ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫ୍ଆଇଏଚ୍) ତରଫରୁ ସ୍ପଷ୍ଟ କରାଯାଇଛି ।

ଚଳିତ ବର୍ଷ ଜାନୁଆରୀରେ ଏଫ୍ଆଇଏଚ୍ ବିଶ୍ୱ ମାନ୍ୟତା ଗଣନା ପାଇଁ ମ୍ୟାଚ୍ ଆଧାରିତ ଏକ ନୂଆ ପଦ୍ଧତିର ଶୁଭାରମ୍ଭ କରିଥିଲା । ବର୍ଷ ଆରମ୍ଭରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ସମୟରେ ଦଳମାନଙ୍କ ର଼୍ୟାଙ୍କିଙ୍ଗ୍ ବଦଳିଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚରେ କ୍ରୀଡା କାର୍ଯ୍ୟକଳାପ ଠପ୍ ହୋଇଯାଇଥିଲା ।
ପୁରୁଷ ଦଳର ଏଫ୍ଆଇଏଚ୍ ୱାର୍ଲ୍ଡ ରାଙ୍କିଙ୍ଗ୍ ରେ ବିଶ୍ୱ ଏବଂ ୟୁରୋପୀୟ ଚାମ୍ପିଅନ୍ ବେଲଜିୟମ୍ (୨୪୯୬.୮୮ ପଏଣ୍ଟ) ପ୍ରଥମ ସ୍ଥାନରେ ଅଛି । ୨୦୧୯ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ବିଜେତା ଅଷ୍ଟ୍ରେଲିଆ (୨୩୮୫.୭୦) ଦ୍ୱିତୀୟ, ନେଦରଲ୍ୟାଣ୍ଡ (୨୨୫୭.୯୬) ତୃତୀୟ ଏବଂ ଭାରତ (୨୦୬୩.୭୮) ଚତୁର୍ଥ ସ୍ଥାନରେ ଅଛି | ଅଲିମ୍ପିକ୍ ଚାମ୍ପିଅନ୍ ଆର୍ଜେଣ୍ଟିନା (୧୯୬୭.୩୯) ପଞ୍ଚମ ସ୍ଥାନରେ ରହିଛି । ତା’ପରେ ଜର୍ମାନୀ (୧୯୪୪.୩୪), ଇଂଲଣ୍ଡ (୧୭୪୩.୭୭), ନ୍ୟୁଜିଲ୍ୟାଣ୍ଡ (୧୫୭୫.୦୦), ସ୍ପେନ୍ (୧୫୫୯.୨୨) ଏବଂ କାନାଡା (୧୪୧୭.୩୭) ଯଥାକ୍ରମେ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଏବଂ ଦଶମ ସ୍ଥାନରେ ଅଛନ୍ତି |

Comments are closed.