ରେଳ ବଜେଟ ନୈରାଶ୍ୟଜନକ, ଓଡିଶା ପାଇଁ କୌଣସି ନୂଆ ପ୍ରକଳ୍ପ ନାହିଁ : ବିଜେଡି ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ -ରେଳ ବଜେଟକୁ ନୈରାଶ୍ୟଜନକ ବୋଲି ବିଜେଡି ପ୍ରତିକ୍ରିୟା ଦେଇଛି । ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ରେଳ ବଜେଟକୁ ଅତି ନୈରାଶ୍ୟଜନକ ବୋଲି କହିବା ସହ ଏଥିରେ ଓଡିଶା ପାଇଁ କୌଣସି ନୂଆ ପ୍ରକଳ୍ପ ଘୋଷଣା ହୋଇନାହିଁ ବୋଲି କହିଛନ୍ତି । ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ଦେଇଥିବା ଅର୍ଥ ଘୋଷଣା କରିଛି କେନ୍ଦ୍ର । କିନ୍ତୁ ନିର୍ମାଣାଧୀନ ପ୍ରକଳ୍ପ ବାବଦରେ ଏଥର ରେଳ ବଜେଟରେ ଉଲ୍ଲେଖ କରାଯାଇନାହିଁ ବୋଲି ଅମର ପଟ୍ଟନାୟକ କହିଛନ୍ତି । ରାଜ୍ୟ ସରକାର ମାଗଣା ଜମି ଓ ୫୦ ପ୍ରତିଶତ ଅର୍ଥ ଦେବା କଥା ବଜେଟରେ ଉଲ୍ଲେଖ ନାହିଁ ବୋଲି ସେ କହିଛନ୍ତି ।

Comments are closed.