ନବୀନ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ : ଗାନ୍ଧି ଜୟନ୍ତୀରୁ ଶ୍ରମିକଙ୍କ ପାଇଁ ଲାଗୁ ହେବ ଇ-ମଷ୍ଟର ରୋଲ୍ , ହେବ ଅନଲାଇନ୍ ପେମେଂଟ୍

ଭୁବନେଶ୍ୱର – ପ୍ରାଶାସନିକ ସ୍ୱଚ୍ଛତା ପାଇଁ ସବୁ ବିଭାଗରେ ଇ-ମଷ୍ଟର ରୋଲ୍ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ନବୀନ ପଟ୍ଟନାୟକ ସରକାର । ୨୦୨୧ ଜାନୁଆରୀ ସୁଦ୍ଧା ସବୁ ବିଭାଗରେ ଲାଗୁ ହେବାକୁ ଯାଉଛି ଇ-ମଷ୍ଟର ରୋଲ୍ ।

ଅନଲାଇନରେ ଏଣିକି ଶ୍ରମିକଙ୍କୁ ପାରିଶ୍ରମିକ ମିଳିପାରିବ । ମଜୁରୀ ଇ ପେମେଂଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏସବୁ ଗୁରୁତ୍ୱପୂଣ୍ଣ ର୍ ନିଷ୍ପତି ହୋଇଛି । ୨୦୨୦ ଅକ୍ଟୋବର ମାସ ୨ ତାରିଖ ଗାନ୍ଧି ଜୟନ୍ତୀରୁ ଜଳ ସଂପଦ, ପୂର୍ତ, ପଂଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ନଗର ଉନ୍ନୟନ ବିଭାଗରେ ପ୍ରଥମ ପର୍ଯ୍ୟାୟରେ ଲାଗୁ ହେବ ଇ-ମଷ୍ଟର ରୋଲ୍ । ପୂର୍ତ ବିଭାଗ ଏହି ଯୋଜନା ପାଇଁ ନୋଡାଲ୍ ବିଭାଗ ଭାବେ କାମ କରିବ ।

ଏହି ବ୍ୟବସ୍ଥା ଫଳରେ ଶ୍ରମିକମାନଙ୍କ ମଜୁରୀ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ଏହା ଦ୍ୱାରା ଶ୍ରମିକଙ୍କ ସର୍ବନିମ୍ନ ପାରିଶ୍ରମିକ, ଇଏସଆଇ ଏବଂ ଇପିଏଫ ଦେୟର ସଠିକ ସମୟରେ ଜମା ନେଇ ନଜର ରଖିହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସରେ ସମୀକ୍ଷା ବୈଠକ ପରେ ଇ-ମଷ୍ଟର ରୋଲ୍ ସଂପର୍କରେ ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫-ଟି ଚାର୍ଟର ଅନ୍ତର୍ଗତ ଏହି ନିଷ୍ପତି ନିଆଯାଇଛି । ଲିଗାଲ ଫ୍ରେମୱାର୍କ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବା ସହ ଟେକନୋଲୋଜିର ବ୍ୟବହାର ଉପରେ ବି ଗୁୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନା ଅନ୍ତର୍ଗତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଓ କ୍ୟାପାସିଟି ବିଲଡିଂ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

Comments are closed.