କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

କଟକ-୫-ଟି ସଚିବ ଭି.କେ ପାଣ୍ଡିଆନ ଓ ପୂର୍ତ ସଚିବ କ୍ରିଷନ କୁମାର କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏସସିବି ପ୍ରକଳ୍ପ କାର୍ଯ୍ୟ, ତାଳଦଣ୍ଡା କେନାଲର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ଉଭୟ ପାଶ୍ୱର୍ର ଟ୍ରାଫିକ ନିୟନ୍ତ୍ରଣ ଓ ସଫେଇ କାର୍ଯ୍ୟ ଦେଖିଛନ୍ତି ପାଣ୍ଡିଆନ୍ । ଛତ୍ରବଜାରରୁ ଜାତୀୟ ରାଜପଥ ଯାଏଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ । ୫-ଟି ସଚିବ ଓ ପୂର୍ତ ସଚିବଙ୍କ ସହ କଟକ ଜିଲ୍ଲାପାଳ, ସିଏମସି କମିଶନର ଓ କେନ୍ଦ୍ରାଂଚଳ ଆରଡିସି ମଧ୍ୟ ଉପସ୍ଥିତ ଥିଲେ ।

Comments are closed.