ଫିକି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଓଡିଶା ହେବ ପୂର୍ବ ଭାରତର ଇଣ୍ଡଷ୍ଟ୍ରି ହବ୍ ,ନିବେଶ ପାଇଁ ରହିଛି ଉପଯୁକ୍ତ ପରିସ୍ଥିତି

ଭୁବନେଶ୍ବର: ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମହାସଂଘ- ଫିକିର ୯୩ତମ ବାର୍ଷିକ ବୈଠକକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଖୁବ୍ ଶୀଘ୍ର ପୂର୍ବ ଭାରତର ଶିଳ୍ପ ହବ୍ ଭାବେ ଉଭା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଓଡିଶାରେ ନିବେଶ ପାଇଁ ତାଙ୍କ ସରକାର ଉପଯୁକ୍ତ ପରିବେଶ ସୃଷ୍ଟି କରିଛି । ନିବେଶକଙ୍କୁ ଆକୃଷ୍ଟ କରିବାରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି ।

୨୦୧୯ ଏପ୍ରିଲରୁ ସେପଟେମ୍ବର ମଧ୍ୟରେ ଏହି ସ୍ଥାନ ଓଡିଶାକୁ ମିିଳିଛି । କୋଭିଡ ସମୟରେ ଓଡିଶାକୁ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ଆସିଛି । ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ପର୍ଯ୍ୟଟନ ଓ ଆଇଟିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ନବୀନ ଫିକି ବୈଠକକୁ ସମ୍ବୋଧନ କରି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ଶିଳ୍ପାୟନ ପାଇଁ ଓଡିଶାର ଶିଳ୍ପନୀତିକୁ ଫିକି ଦେଶରେ ପହଂଚାଇଛି । ୨୦୧୮ କନକ୍ଲେଭର ସଫଳତା ପଛରେ ଫିକିର ଉଦ୍ୟମ ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି ।

Comments are closed.