ବିଭିନ୍ନ ପଦବୀ ପୂରଣ ପାଇଁ ଜାନୁଆରୀରେ ହେବ ଓପିଏସସି ପରୀକ୍ଷା

ଭୁବନେଶ୍ୱର- ୨୦୨୧ ମସିହା ଜାନୁଆରୀ ମାସରେ ହେବ ଓପିଏସସି ପରୀକ୍ଷା । କୋରୋନା ସ୍ଥିତି ସ୍ୱାଭାବିକ ହେବା ପରେ ପରୀକ୍ଷା କରାଯିବ । ଖାଲି ଥିବା ବିଭିନ୍ନ ପଦବୀ ପୂରଣ ନେଇ ପରୀକ୍ଷା କରାଯିବା ପାଇଁ ଯୋଜନା କରାଯାଇଥିବା ଓପିଏସସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଓଜିଏସ-୧୨୦, ଓଏଏସ-୩୦୦, ବିଶ୍ୱବିଦ୍ୟାଳୟ ପ୍ରଫେସର ଓ ଆସିଷ୍ଟାଂଟ ପ୍ରଫେସର -୫୫୦ ଓ ସରକାରୀ ଅଧ୍ୟାପକ -୬୦୦ ପଦବୀ ପାଇଁ ପରୀକ୍ଷା ହେବ । ପରୀକ୍ଷା ପାଇଁ ଗତ ନଭେମ୍ବରଠାରୁ ଓପିଏସସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Comments are closed.