୨୩ରୁ ଖୋଲିବ ଶ୍ରୀମନ୍ଦିର,ଏସଓପି ଜାରି , ପ୍ରଥମ ୩ ଦିନ ସେବାୟତ, ୨୬ରୁ ୩୧ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା

ପୁରୀ- ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଏସଓପି ଜାରି ହୋଇଛି । ଏସଓପି ଅନୁସାରେ ଆସନ୍ତା ୨୩ରୁ ୨୫ ତାରିଖ ଯାଏଁ ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ । ୨୬ ତାରିଖରୁ ୩୧ତାରିଖ ଯାଏଁ ପୁରୀ ସହରବାସୀ ଭଗବାନଙ୍କ ଦର୍ଶନ କରିବେ । ସକାଳ ସାଢେ ୭ରୁ ଦର୍ଶନ ଆରମ୍ଭ ହେବ । ପ୍ରତିଦିନ ପ୍ରାୟ ୧୪ ଘଂଟା ମହାପ୍ରଭୁଙ୍କ ଦର୍ଶନ ହେବ । ଏ ସଂପର୍କରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଯେ, ୱାର୍ଡ ବାରି ଦର୍ଶନ ହେବ । ପ୍ରତିଦିନ ୫ଟି ୱାର୍ଡ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଉଛି । ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶନ ପାଇଁ କୋଭିଡ ଟେଷ୍ଟ ଦରକାର ନାହିଁ ।

ଆସନ୍ତାବର୍ଷ ଜାନୁଆରୀ ୩ ତାରିଖଠାରୁ ପୁରୀ ସହର, ଜିଲ୍ଲା ଓ ଜିଲ୍ଲା ବାହାର ଭକ୍ତଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ । ଏହା ସତ୍ୱେ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଏକ ଘଂଟା ଲେଖାଏଁ ଦର୍ଶନ ପାଇଁ ସୁବିଧା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.