ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଲେ ସସ୍ମିତ ପାତ୍ର, କହିଲେ ଭୁଆଁ ବୁଲାଉଛି ବିଜେପି

ନୂଆଦିଲ୍ଲୀ – ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତିରେ ପ୍ରତିକ୍ରିୟା ରଖି ଡକ୍ସର ସସ୍ମିତ ପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାର ସ୍ୱାମୀନାଥମ କମିଟିର ସୁପାରିଶ କାର୍ଯ୍ୟକାରୀ କରିନାହାନ୍ତି । ଏ ପ୍ରସଙ୍ଗରେ କେନ୍ଦ୍ର ସରକାର କୃଷକମାନଙ୍କୁ ଭୁଆଁ ଭୁଲାଇଥିବା କହିଛନ୍ତି ସସ୍ମିତ । ଖୋଦ୍ ସ୍ୱାମୀନାଥନ ମଧ୍ୟ ଏ କଥା ଗତବର୍ଷ କହିଥିଲେ ବୋଲି ସସ୍ମିତ କହିଛନ୍ତି ।

ରାଜ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ୍ ପ୍ରତି ୨ ହଜାର ୯୫୦ ଟଙ୍କା ହେବା ଦରକାର ବୋଲି କହୁଥିବା ବିଜେପି କେନ୍ଦ୍ରରେ ଆଉ ଗୋଟିଏ କଥା କହୁଛି ବୋଲି ବିଜେଡି ସାଂସଦ କହିଛନ୍ତି ।

୨୦୧୮ରେ ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ସର୍ବସମ୍ମତ ଭାବେ ଗୃହୀତ ହୋଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୨ ହଜାର ୯୩୦ ଟଙ୍କା କରିବାକୁ ନିଷ୍ପତ୍ତି ହୋଇଥିଲା । ବିଜେଡି,ବିଜେପି, କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଏଥିରେ ସମ୍ମତି ପ୍ରକାଶ କରିଥିଲେ । କିନ୍ତୁ ଏବେ ସଂସଦରେ ବିଜେପି ବନ୍ଧୁମାନେ କେନ୍ଦ୍ରରେ ଆଉ ଗୋଟିଏ କଥା କହୁଛନ୍ତି । ଓଡିଶାର ବିଜେପି ବିଧାୟକମାନେ ଯଦି ଧାନର ଏମଏସପି କୁଇଂଟାଲ ପିଛା ୨ ହଜାର ୯୩୦ ରଖିବାକୁ ଚାହାନ୍ତି, ଦିଲ୍ଲୀରେ କାହିକି ବିଜେପି ସ୍ୱାମୀନାଥନ କମିଶନ ରିପୋର୍ଟ କା ର୍ଯ୍ୟକାରୀ କରିବାକୁ ଚାହାନ୍ତି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ଦାବି ଅନୁସାରେ ସ୍ୱାମୀନାଥନ କମିଟି ସୁପାରିଶ କାର୍ଯ୍ୟକାରୀ ହେଉ ବୋଲି ସସ୍ମିତ ପାତ୍ର ଦାବି କରିଛନ୍ତି ।

Comments are closed.