କୋଭିଡ ଟିକାକରଣରେ କଟକ ଜିଲ୍ଲା ପଛୁଆ, ଟିକା ନ ନେଲେ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିଷ୍ପତ୍ତି

କଟକ- କୋଭିଡ ଟିକାକରଣରେ କଟକ ଜିଲ୍ଲା ଟିକେ ପଛେଇ ଯାଇଥିବାରୁ ଜିଲ୍ଲାପାଳ ଆପଣାଇଛନ୍ତି ଅଭିନବ ଉପାୟ ।ବହୁସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ଟିକା ପାଇଁ ପଂଜିକରଣ କରିଥିଲେ ମଧ୍ୟ ଟିକା ନେବା ପାଇଁ ଆସିନାହାନ୍ତି । ତେଣୁ ରାଜ୍ୟରେ କଟକ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି । ଏଥିପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଟିକା ନ ନେଲେ ଦରମା ବନ୍ଦ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଏହିମାସ ୧୦ ତାରିଖ ସୁଦ୍ଧା ଟିକା ନ ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

Comments are closed.