ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଂଚ୍ ତଦନ୍ତ, ବିଧାନସଭାରେ ଘୋଷଣା କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର- ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷିୟ ଝିଅ ପରୀ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଂଚ କରିବ । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ଏହି ମାମଲାରେ ଏ ପର୍ଯ୍ୟନ୍ତ ୩୪ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଇଛି । ରାଜ୍ୟ ଫରେନସିକ୍ ସାଇନ୍ସ ଲାବ୍ରୋଟେରୀରେ ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିବା ମନ୍ତ୍ରୀ ବିଧାନସଭାକୁ ଜଣାଇଛନ୍ତି ।

ମୃତ ନାବାଳିକାର ମାଆବାପା ଏହି ମାମଲାରେ ପୋଲିସ ଉଦାସୀନତାର ପ୍ରତିବାଦ କରି ଗତକାଲି ବିଧାନସଭା ଆଗରେ ଆତ୍ମାହୂତି ଦେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ କାବୁ କରିଥିଲା ।

Comments are closed.