ଭିଜିଲାନ୍ସ ରେଡ୍ ନେଇ ମୁହଁ ଖୋଲିଲେ ଅଭୟକାନ୍ତ, କହିଲେ କିଛି ଠକେଇ ହୋଇନାହିଁ , ଗିରଫ ହୋଇପାରନ୍ତି ବାପା -ପୁଅ

ଭୁବବେଶ୍ୱର- ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଗିରଫଦାରୀର ସମ୍ମୁଖୀନ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ପ୍ରଥମ ଥର ପାଇଁ ଭିଜିଲାନ୍‌ସ ଚଢାଉ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କିଛି ଠକେଇ ହୋଇନାହିଁ । ସବୁ କିଛି ଠିକ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଅ ଆକାଶ ତାଙ୍କ ପଇସାରେ ଅୟସ କରୁ ନ ଥିଲା । କାରଣ ପୁଅର ମାସିକ ଦରମା ଏକ କୋଟି ଟଙ୍କା । ନିଜ ବିଭାଗରେ ସେ କୌଣସି ଅର୍ଥ ହଡପ କରିନାହାନ୍ତି ବୋଲି ବି ଜୋର୍ ଦେଇ କହିଛନ୍ତି ଅଭୟକାନ୍ତ । ସେପଟେ ପୁଅ ଆକାଶ କହିଛନ୍ତି ଯେ, ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ହଇରାଣ ହରକତ କରାଯାଉଛି ।

ଅଭୟ ପାଠକଙ୍କ ଓଡିଶା ଓ ଓଡିଶା ବାହାରେ ଥିବା ବିଭିନ୍ନ ଠିକଣା ଉପରେ ଭିିଜିଲାନ୍ସ ତିନିଦିନ ହେଲା ଚଢାଉ କରି ବିପୁଳ ସଂପତି ଜବତ କରିଛି । ଉଭୟ ବାପା ଓ ପୁଅଙ୍କ ଗିରଫ ହୋଇପାରନ୍ତି । ଅଭୟ, ପୁଅ ଆକାଶ, ପୁତୁରା ଓ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଗତକାଲି ବାପା ପୁଅଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲା ଭିଜିଲାନ୍‌ସ । ପାଠକଙ୍କ ପ୍ରାୟ ୯ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତି ଠାବ ହୋଇଛି । ଏହି ପରିମାଣ ଆହୁରି ବଢିପାରେ ।

Comments are closed.