ଡ୍ରଗ୍ସ ମାମଲା: ଭାରତୀ ଓ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ – ଡ୍ରଗ୍ସ ସେବନ ମାମଲାରେ ଗିରଫ ହୋଇଥିବା ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନଡିପିସି କୋର୍ଟରୁ ଜାମିନ ମିଳିଛି । ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଚଢାଉ ବେଳେ ଭାରତୀଙ୍କ ଘରୁ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଜେରା ବେଳେ ଭାରତୀ ଓ ତାଙ୍କ ସ୍ୱାମୀ ଡ୍ରଗ୍ସ ସେବନ କରୁଥିବା ସ୍ୱୀକାର କରିଥିଲେ ।

ଭାରତୀକୁ ଶନିବାର ରାତିରେ ଗିରଫ କରାଯାଇଥିଲା ବେଳେ ତାଙ୍କ ସ୍ୱାମୀ ରବିବାର ଗିରଫ ହୋଇଥିଲେ । ଉଭୟଙ୍କୁ ରବିବାର ମୁମ୍ବାଇର କିଲା କୋର୍ଟରେ ହାଜର କରାଯାଇଥିଲା । ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ରିମାଣ୍ଡରେ ନେବାକୁ ଏନସିବି ଅନୁରାଧ କରିଥିଲା । ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଉଭୟଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏନଡିପିସି କୋର୍ଟ ଉଭୟଙ୍କୁ ଜାମିନ ମଞ୍ଜୁର କରିଛନ୍ତି ।

Comments are closed.