ମାହାଙ୍ଗା ହତ୍ୟା ମାମଲାରେ ବିଜେଡିର ପ୍ରତିକ୍ରିୟା, ଆଇନ ତା ବାଟରେ ଯିବ, ଅଯଥା ରାଜନୀତି କରୁଛି ବିଜେପି

ଭୁବନେଶ୍ୱର- ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇଛି । ଓଡିଶା ସରକାର ହିଂସା ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇ ଆସିଛନ୍ତି । ଅଭିଯୋଗକାରୀମାନେ ଅନେକ ରାଜ୍ୟରେ ଶାସନ କରୁଛନ୍ତି । ସେଠାରେ କେତେ ହିଂସା ଘଟୁଛି, ତାହା ସମସ୍ତଙ୍କୁ ଜଣା ବୋଲି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି । ସେ କହିଛନ୍ତି ଯେ, ଗତବର୍ଷ ଓଡିଶାରେ ଗୋଟିଏ ବି ରାଜନୈତିକ ହିଂସା ବା ହତ୍ୟା ଘଟିନାହିଁ । ମାହାଙ୍ଗା ହତ୍ୟାକାଣ୍ଡରେ ଦୋଷୀଙ୍କୁ ଗିରଫ କରିବା ଲାଗି ଦୃଢୋକ୍ତି ପ୍ରକାଶ କରିଛନ୍ତି ଏସପି । ଆଇନ ତା ବାଟରେ ଯିବ । ବିଜେପି ଅଯଥା ଅଭିଯୋଗ କରୁଛି ବୋଲି ଦଳ କହିଛି ।

Comments are closed.