ସ୍ଥଳସେନାର ୪୨ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେଲେ ଲେଫଟନାଂଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି

ନୂଆଦିଲ୍ଲୀ – ଓଡିଆ ଅଫିସର ଲେଫଟନାଂଟ୍ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଆଜି ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦେଶର ୪୨ତମ ସେନା ଉପମୁଖ୍ୟ ହୋଇଛନ୍ତି । ଏହି ପଦବୀରେ ଚଣ୍ଡିପ୍ରସାଦ ହେଉଛନ୍ତି ପ୍ରଥମ ଓଡିଆ ।

ନିଜର ୩୮ ବର୍ଷର କ୍ୟାରିଅର ମଧ୍ୟରେ ଲେଫଟନାଂଟ ଜେନେରାଲ୍ ମହାନ୍ତି ପାକିସ୍ତାନ ଓ ଚୀନ ସୀମା ସହ ସଂପୃକ୍ତ ଅନେକ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ଏହାଛଡା ନୂଆଦିଲ୍ଲୀ ସେନା ମୁଖ୍ୟାଳୟରେ ଲଜିଷ୍ଟିକ ଓ ଷ୍ଟ୍ରାଟେଜିକ ମୁଭମେଂଟରେ ସେ ମହାନିର୍ଦ୍ଦେଶକ ଭାବେ ବି ନିଯୁକ୍ତି ପାଇଥିଲେ । ଜଗତସିଂହପୁର ଜିଲ୍ଲା ଜୟବଡରେ ଜନ୍ମ ଗ୍ରହଣ କରିଥିଲେ ଚଣ୍ଡିପ୍ରସାଦ ।

Comments are closed.