ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୨ ହଜାର ତଳେ, ଦିନକରେ ୧ ହଜାର ୯୩୧ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ୨୭୩

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ହଜାର ତଳେ ହିଁ ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୯୩୧ ନୂଆ ରୋଗୀ । ସଂଗରୋଧ କେନ୍ଦ୍ରରୁ ୧ ହଜାର ୧୨୦ ଓ ସ୍ଥାନୀୟ ଅଂଚଳରୁ ୮୧୧ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୭୩, କଟକରୁ ୧୫୩, ଅନୁଗୁଳ ଜିଲ୍ଲାରୁ ୧୨୦, ସୁନ୍ଦରଗଡରୁ ୧୦୪, ମୟୂରଭଂଜରୁ ୯୯, ପୁରୀରୁ ୭୨, ଜଗତସିଂହପୁରରୁ ୭୮, ଯାଜପୁରରୁ ୬୭, କେନ୍ଦ୍ରାପଡାରୁ ୬୧, କେନ୍ଦୁଝରରୁ ୬୫, ବାଲେଶ୍ୱରରୁ ୭୩, ବରଗଡରୁ ୬୬, ଭଦ୍ରକରୁ ୬୪, ବଲାଙ୍ଗୀରରୁ ୬୪, ନବରଂଗପୁର ଜିଲ୍ଲାରୁ ୬୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୨୭ ରୋଗୀ । ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧କୁ ବୃଦ୍ଧି ପାଇଥିବା ବେଳେ ୨ ଲକ୍ଷ ୫୨ ହଜାର ୧୯୭ ଜଣ ସୁସ୍ଥ ହୋଇସାରିଲେଣି । ୨୦ ହଜାର ୭୫୦ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ଏଣେ ଗତ ୨୪ ଘଂଟାରେ ରାଜ୍ୟରେ ୧୩ ଜଣ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧ ହଜାର ୧୮୧କୁ ବୃଦ୍ଧି ପାଇଛି ।

Comments are closed.