ରାଜ୍ୟରେ ୧୯୮ ନୂଆ କୋରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୯୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୧୫ ଓ ସ୍ଥାନୀୟ ଅଂଚଳରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଶହରୁ ତଳେ ରହିଛି ।

ଗତ ୨୪ ଘଂଟାରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୪, ସୁନ୍ଦରଗଡରୁ ୨୩, କେନ୍ଦୁଝରରୁ ୧୯, ଖୋର୍ଦ୍ଧାରୁ ୧୭, ବଲାଙ୍ଗୀରରୁ ୧୪, ମୟୂରଭଂଜରୁ ୧୧, ବରଗଡରୁ ୧୦, କଟକରୁ ୯, ପୁରୀରୁ ୯ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୋଟ ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୬୯୦କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୬ ହଜାର ୫୦୭ ସୁସ୍ଥ ହୋଇସାରିଛନ୍ତି । ୨ ହଜାର ୨୪୩ ଜଣ ଚିକିତ୍ସିତ ହେଉଛନ୍ତି ।

Comments are closed.