ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶ ପାଠକ ଗିରଫ

ଭୁବନେଶ୍ୱର- ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଶେଷରେ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ବାପା-ପୁଅଙ୍କୁ ଗିରଫ କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା । ଉଭୟଙ୍କ ରିମାଣ୍ଡ ଆବେଦନ କରିବ ଭିଜିଲାନ୍ସ । ତିନି ଦିନ ଧରି ଅଭୟକାନ୍ତଙ୍କ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଠିକଣାରେ ଚଢାଉ କରି ଅମାପ ସଂପତି ଠାବ କରିଥିଲା ଭିଜିଲାନ୍ସ ।

ଅଭୟଙ୍କ ପୁଅ ବିରୋଧରେ ମଧ୍ୟ ଭିଜିଲାନ୍ସ ରେଡ୍ ଚାଲିଥିଲା । ଗତକାଲି ପୁଅ ଆକାଶକୁ ମୁମ୍ବାଇରୁ ଭୁବନେଶ୍ୱର ଅଣାଯାଇଥିଲା । ବାପା-ପୁଅଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଭିଜିଲାନ୍ସ ରେଡ୍ ପରେ ବାପା-ପୁଅଙ୍କ କୋଟି କୋଟି ଟଙ୍କାରେ ଚାଲିଥିବା ବିଳାସୀ ଜୀବନ ସାମନାକୁ ଆସିଥିଲା । ଡିସେମ୍ବରରେ ପୁଅ ଆକାଶର ବିବାହ ଦକ୍ଷିଣ ଓଡିଶାର ଜଣେ ଟାଣୁଆ ବିଧାୟକଙ୍କ ସହ ହେବାର ଥିଲା ।

Comments are closed.