ରାଜ୍ୟରେ ୧୮ ତାରିଖରେ ଆଉ ଏକ ଲଘୁଚାପ ସମ୍ଭାବନା, ଉତ୍ତର ଓଡିଶାରେ ହୋଇପାରେ ବର୍ଷା

ଭୁବନେଶ୍ୱର- ରାଜ୍ୟରେ ତିନି ଦିନ ଧରି ଲଘୁଚାପଜନିତ ବର୍ଷା ବିତ୍ପାତ ପରେ ଆସନ୍ତା ୧୮ ତାରିଖରେ ଆଉ ଏକ ଲଘୁଚାପ ଆସିବା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ଉତ୍ତର ଓଡିଶା ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଉତ୍ତର ଓଡିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିିଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷିବ ବୋଲି ଅନୁମାନ କରାଯାଇଛି ।

ଏଣେ ଲଘୁଚାପ ଜନିତ ପ୍ରବଳରୁ ଅତି ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ପରିମାଣ ନିଅଂଟିଆ ରହିଛି । ଜୁନ୍ ପହିଲାରୁ ଏହିମାସ ୧୫ ତାରିଖ ମଧ୍ୟରେ ରାଜ୍ୟରେ ୯୩୨ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ହିଁ ସ୍ୱାଭାବିକଠାରୁ ଯଥେଷ୍ଟ ଅଧିକ ବର୍ଷା ହୋଇଛି । କେବଳ ସେପଟେମ୍ବର ମାସରେ ହିଁ ସ୍ୱାଭାବିକଠାରୁ ୧୦୪ ପ୍ରତିଶତ ଅଧିକ ବର୍ଷା ହୋଇଛି ।

Comments are closed.