ସ୍କାଏ କିଙ୍ଗ୍ ଠକେଇ ମାମଲାରେ ଆକାଶଙ୍କ ରିମାଣ୍ଡ ଅବଧି ଶେଷ, ଉଦ୍ଦେଶ୍ୟ ପୂରଣ ହୋଇଥିବା କହିଲେ ଡିସିପି

ଭୁବନେଶ୍ୱର – ଟ୍ରାଭେଲ ଏଜେନସୀ ସ୍କାଏ କିଙ୍ଗକୁ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । କମିଶନରେଟ ପୋଲିସ, ଆକାଶଙ୍କୁ ରିମାଣ୍ଡରେ ନେଇଥିଲା । ଯେଉଁ ଉଦ୍ଦେଶ୍ୟ ରଖି ଆକାଶଙ୍କୁ ରିମାଣ୍ଡରେ ଅଣାଯାଇଥଲା, ସେହି ଉଦ୍ଦେଶ୍ୟ ପୂରଣ ହୋଇଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି । ଆକାଶ ସବୁ ପ୍ରଶ୍ନର ଉତର ଦେଇଛନ୍ତି ବୋଲି ସେ କହିଛନ୍ତି । ଆକାଶ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଠକେଇ ଯୋଜନା କରିଥିଲେ ବୋଲି ସୂଚନା ମିଳିଛି ।

Comments are closed.