ଚାଷୀ ଆନ୍ଦୋଳନ ମଧ୍ୟରେ ଅଚାନକ ଗୁରୁଦ୍ୱାରା ଯାଇ ପ୍ରାର୍ଥନା କଲେ ମୋଦି

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ହଠାତ୍ ଦିଲ୍ଳୀର ଅନ୍ୟତମ ପ୍ରସିଦ୍ଧ ଗୁରୁଦ୍ୱାରା ରକାବଗଞ୍ଜ ଯାଇଛନ୍ତି । ସେଠାରେ ମୋଦି ପ୍ରାର୍ଥନା କରିବା ସହ ଗୁରୁ ତେଗ୍ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶନିବାର ତେଗ୍ ବାହାଦୂରଙ୍କ ଶ୍ରାଦ୍ଧ ବାର୍ଷିକୀ ଥିଲା । ମୋଦି ରକାବଗଞ୍ଜ ଗୁରୁଦ୍ୱାରା ଯିବାବେଳେ ସେଠାରେ କୌଣସି ପୋଲିସ୍ ସୁରକ୍ଷା ବ୍ୟବସ୍ଥା ହୋଇନଥିଲା କି ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ କଟକଣା ଲଗାଯାଇନଥିଲା ।

ଉଲ୍ଲେଖଯୋଗ୍ୟ ଯେ, ରକାବଗଞ୍ଜରେ ଗୁରୁ ତେଗ୍ ବାହାଦୂରଙ୍କ ସମାଧି ରହିଛି । କୃଷି ଆଇନ ବିରୋଧରେ ବିଶେଷକରି ପଞ୍ଜାବ ଚାଷୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ମୋଦି ଅଚାନକ ଗୁରୁଦ୍ୱାରା ଯିବା ବେଶ୍ ଗୁରୁତ୍ୱ ବହନ କରୁଛି । ପଞ୍ଜାବ ଚାଷୀଙ୍କୁ ପ୍ରଭାବିତ କରିବା ପାଇଁ ମୋଦିଙ୍କ ଏହା ଏକ ପ୍ରୟାସ ବୋଲି ମନେ କରାଯାଉଛି ।

Comments are closed.