ପାଞ୍ଚ ରାଜ୍ୟର କଂଗ୍ରେସ ମୁଖ୍ୟଙ୍କୁ ଇସ୍ତଫା ଦେବାକୁ କହିଲେ ସୋନିଆ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ଶୋଚନୀୟ ପରାଜୟ ପରେ ଆକ୍ସନ ମୁଡରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ସୋନିଆ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ପିସିସି ସଭାପତିଙ୍କ ଇସ୍ତଫା ମାଗିଛନ୍ତି। ସେ ପିସିସିର ପୁନର୍ଗଠନ ପାଇଁ ସେମାନଙ୍କ ଇସ୍ତଫା ଦେବାକୁ କହିଛନ୍ତି। କଂଗ୍ରେସ…

ଆଜିଠାରୁ ୧୨-୧୪ ବର୍ଷର ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ: ଆଜିଠାରୁ ସମଗ୍ର ଦେଶରେ ୧୨ ରୁ ୧୪ ବର୍ଷର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ | ଟିକା ପାଇଁ କୋଓ୍ବିନ୍ ପୋର୍ଟାଲ କିମ୍ବା ଟିକାକରଣ କେନ୍ଦ୍ରରେ ଅନସାଇଟ୍ ରେଜିଷ୍ଟ୍ରେସନ୍ ମଧ୍ୟ କରାଯାଇପାରିବ | ଏଥିପାଇଁ ପିଲାମାନଙ୍କୁ ଆଧାର କାର୍ଡ କିମ୍ବା ସ୍କୁଲ ଆଇଡି କାର୍ଡ ଆଣିବାକୁ ପଡିବ |…

ଠକ ଡାକ୍ତର ରମେଶ ସ୍ବାଇଁର ଆଜି ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର - ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରସୁଲଗଡ ସ୍ଥିତ ଫରେନସିକ ଲାବୋରେଟୋରିରେ ଆଜି ହେବ ପଲିଗ୍ରାଫ ଟେଷ୍ଟ । ୧୮ ଜଣ ମହିଳା ଙ୍କୁ ବାହା ହୋଇ ଠକିଥିବା ନକଲି ଡାକ୍ତର ତଦନ୍ତ ବେଳେ ସହଯୋଗ ନ କରି ମିଛ କହୁଥିବାରୁ ରମେଶର ପାଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା ପୋଲିସ । କୋର୍ଟ…

ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ

କଟକ-ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । କଟକ ଓ ଭୁବନେଶ୍ୱରରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ବ୍ରହ୍ମପୁର ପୋଲିସର ପୌର ନିର୍ବାଚନ ମିଶନ୍… ଶାନ୍ତିପୂର୍ଣ୍ଣ ଓ ସୂଚାରୁ ରୂପେ ସାରିବାକୁ ଲକ୍ଷ୍ୟ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ କାଁ ଭାଁ ହିଂସାକାଣ୍ଡ ମଧ୍ୟରେ ସରିଗଲା। ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରୂପେ ୪ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟଗ୍ରହଣ, ଗଣତି ଆଦି ପ୍ରକ୍ରିୟାକୁ ସୁରୁଖୁରୁରେ ସାରିବାରେ ସଫଳ ହୋଇଥିଲା ବ୍ରହ୍ମପୁର ପୋଲିସ। ଯଦିଓ ଜିଲ୍ଲାର ଅପେକ୍ଷାକୃତ କମ୍ ସଂଖ୍ୟକ ଗ୍ରାମ…

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର- ବିଷୁବରେଖା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏ ନେଇ ଭୁବନେଶ୍ବରର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୃଚନା ଦିଆଯାଇଛି । ତେବେ ଏହାର ଗତି ପଥ ଓ ପ୍ରଭାବ କଣ…

ଗ୍ରୀଷ୍ମପ୍ରବାହ ପାଇଁ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର - ମାର୍ଚ୍ଚ ମାସ ଅଧାରୁ ହିଁ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ‌ଆରମ୍ଭ ହୋଇଥିବାରୁ ସ୍ବତନ୍ତ୍ର ରିଲିଫ କମିସନର -ଏସ୍‌ଆର୍‌ସି ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆର୍‌ସି ପ୍ରଦୀପ କୁମାର…