ଚମକିଲେ ଯୁବ ବାହିନୀ, ପ୍ରଥମ ଦିନିକିଆକୁ ୭ ୱିକେଟ୍‌ରେ ଜିତିଲା ଭାରତ

କଲମ୍ବୋ: ଡେବ୍ୟୁଟାଣ୍ଟ୍ ଇଶାନ କିଶାନଙ୍କ ସହ ଅଧିନାୟକ ଶିଖର ଧାୱନଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତର ଯୁବ ଦଳ ଏଠାରେ ରବିବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ଶ୍ରୀଲଙ୍କକୁ ୭ ୱିକେଟରେ ହରାଇଛି । ଏହି ସହଜ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଟସ୍…

ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଲେ ରାଜ୍ୟର କ୍ରୀଡାବିତଙ୍କୁ ଆର୍ଥିକ ପୁରସ୍କାର ଦେବ ଓଡିଶା ଅଲିମ୍ପିକ ସଂଘ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ପରେ ଏବେ ଓଡିଶା ଅଲିମ୍ପିକ ସଂଘ-ଓଓଏ ମଧ୍ୟ ଟୋକିଓ ଅଲିମ୍ପିକରେ ପଦକ ଜିତିଲେ ରାଜ୍ୟର କ୍ରୀଡାବିତଙ୍କୁ ପୁରସ୍କାର ଆର୍ଥିକ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି । ସ୍ୱର୍ଣ୍ଣ ପଦକ ଜିତିଲେ ୫ ଲକ୍ଷ, ରୌପ୍ୟ ଜିତିଲେ ୩ ଲକ୍ଷ ଓ କାଂସ୍ୟ ଜିତିଲେ ୧ ଲକ୍ଷ ଟଙ୍କା…

ସୁପ୍ରିମକୋର୍ଟଙ୍କ ତାଗିଦ ପରେ କାଉଡ଼ିଆ ଯାତ୍ରା ବାତିଲ କଲେ ଉତ୍ତର ପ୍ରଦେଶ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଉତ୍ତରପ୍ରଦେଶର ଯୋଗୀ ସରକାର କାଉଡ଼ିଆ ଯାତ୍ରାକୁ ବାତିଲ କରିଛନ୍ତି। କାଉଡ଼ିଆ ସଂଘ ସହ ଆଲୋଚନା ପରେ ଚଳିତ ବର୍ଷ ମଧ୍ୟ ଏହି ଯାତ୍ରା ବାତିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯୋଗୀ…

ରାଜ୍ୟରେ ଦେଢ କୋଟି ଟପିଲା କୋଭିଡ ଟେଷ୍ଟ,ସ୍ୱାସ୍ଥ୍ୟକର୍ମୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ କୋରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ସଫଳତା । ରାଜ୍ୟରେ ଦେଢ କୋଟି ଟପିଛି କୋଭିଡ ଟେଷ୍ଟ । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏହି ବୈଠକ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା ​​ଯେଉଁଥିରେ ବିରୋଧୀ ଦଳଙ୍କୁ ସହଯୋଗ କରିବାକୁ ସରକାର ଅନୁରୋଧ କରିଥିଲେ। ଆସନ୍ତାକାଲି…

କୋରୋନା ଲକ୍ଷଣ ଦେଖାଗଲେ ବି ଲୋକେ ଟେଷ୍ଟିଂ କରୁନାହାନ୍ତି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋରୋନାର ଲକ୍ଷଣ ଦେଖାଗଲେ ମଧ୍ୟ ଅନେକ ଲୋକ ଟେଷ୍ଟ ପାଇଁ ଆସୁନାହାନ୍ତି । ଏଥିଯୋଗୁଁ କଂଟ୍ରାକ୍ଟ ଟ୍ରେସିଂ ହୋଇପାରୁନାହିଁ ଓ ଅନେକ ମାମଲା ଲୁଚି ରହିଯାଉଛି । ସର୍ଭେଲାନ୍ସ କରି ହିଡେନ କେସ ବାହାର କଲେ ସଂକ୍ରମଣ ରୋକିହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର…

ଗଜପତି ଏସିଏଫ ସୌମ୍ୟ ମୃତ୍ୟୁ ଘଟଣା, ପତ୍ନୀଙ୍କୁ ଜେରା ପାଇଁ କପ୍ତିପଦା ଗଲା ପାରଳାଖେମୁଣ୍ଡି ପୋଲିସର ୬ ଜଣିଆ ଟିମ୍

ପାରଳାଖେମୁଣ୍ଡି – ଗଜପତି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢୁଥିବା ବେଳେ ୬ ଜଣିଆ ପୋଲିସ ଟିମ୍ ଅଧିକ ତଦନ୍ତ ପାଇଁ କପ୍ତିପଦା ଗସ୍ତ କରିଛନ୍ତି । ପୋଲିସ ଟିମ୍ ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ । ସୌମ୍ୟରଞ୍ଜନଙ୍କ…

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ, ଯୁବ ଖେଳାଳିଙ୍କୁ ସୁଯୋଗ

କଲମ୍ବୋ: ଆଉ କିଛି ସମୟ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୬ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ସିିରିଜ ଆରମ୍ଭ ହେବ । କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳାଯିବ । ଶିଖର ଧାୱନଙ୍କ ନେତୃତ୍ୱରେ ଏହି ସିରିଜ ଯୁବ ଭାରତୀୟ ଖେଳାଳିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହି ସିରିଜରେ…